ଶୋଇଥିବା ବେଳେ ଯୁବକଙ୍କ ଉପରେ ଚଢ଼ିଗଲା କାର୍‌ : ଜଣେ ମୃତ, ଜଣେ ଗୁରୁତର

ମୁମ୍ବାଇ : ମୁମ୍ବାଇର ଭର୍ସୋଭା ବେଳାଭୂମିରେ ଶୋଇଥିବା ବେଳେ ଦୃତ ଗତିରେ ଆସୁଥିବା କାର୍‌ ଚଢ଼ିଯିବାରୁ ଜ‌ଣେ ୩୬ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ​​ଯେତେବେଳେ ରିକ୍ସା ଡ୍ରାଇଭର୍‌ ଭାବରେ କାର୍ଯ୍ୟ କରୁଥିବା ଗଣେଶ ଯାଦବ ଏବଂ ବାବୁଲ ଶ୍ରୀବାସ୍ତବ ସହରରେ ହେଉଥିବା ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଭର୍ସୋଭା ବେଳାଭୂମିରେ ଶୋଇଥିଲେ । ସେତେବେଳେ ଦୁହିଁଙ୍କ ଉପରେ ଏକ କାର୍‌ ଗାଡ଼ିଟି ଆସ ଚଢ଼ି ଯାଇଥ୍‌ଇଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ଡ୍ରାଇଭର୍‌ ନିଖିଲ ଜାଭେଲ (୩୪) ଏବଂ ଶୁଭମ ଡୋଙ୍ଗ୍ରେ (୩୩)କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଥିଲା ।

Leave A Reply

Your email address will not be published.