ବିଷାକ୍ତ ଛତୁ ଖାଇ ଜଣେ ମୃତ : ୩ ଗୁରୁତର

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମରେ ବିଷାକ୍ତ ଚତୁଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନାନୁଯାୟୀ, ଅଁଳାଭଟା ଗ୍ରାମର ମଙ୍ଗଳୁ ବେସ୍ରାଙ୍କ ପରିବାର ଶନିବାର ରାତ୍ରିରେ ଛତୁ ଖାଇ ୪ ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମଙ୍ଗଳୁ, ସୁନ୍ଦର ଏବଂ ଗୋବର୍ଦ୍ଧନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଟୁଲୁଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାପରେ ରବିବାର ଟୁଲୁ ବେସ୍ରାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଟୁଲୁଙ୍କୁ ଭବାନୀପାଟଣା ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକେ ସ୍ଥାନାନ୍ତର କରିବା ବିଳମ୍ବ ଘଟିଥିଲା । ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୁଲୁ ବେସ୍ରାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ସେମାନେ ଜୁନାଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ମଙ୍ଗଳୁ, ସୁନ୍ଦର ଏବଂ ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାଯାଇଛି ।

Leave A Reply

Your email address will not be published.