ଟ୍ରାକ୍ଟର୍ ଓଲଟି ଜଣେ ମୃତ : ଜଣେ ଗୁରୁତର

କେନ୍ଦୁଝର : ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ । ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ ସାରି ଫେରୁଥିବା ବେଳେ ଝଣଝଣା ନିକଟରେ ଟ୍ରାକ୍ଟର୍ ଓଲଟି ପଡ଼ିଥିଲା । ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରା କ୍ଷୀରୋଦକୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.