କାଉଡ଼ିଆଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା କାର୍‌ : ମହିଳା ମୃତ, ୨ ଗୁରୁତର

କଟକ: ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍‌ । ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଏକ ପିକ୍ଅପ୍‌ ଯୋଗେ ବାବୁଜଙ୍ଗରୁ ପାଣି ଉଠାଇ ୩୭ ଜଣିଆ କାଉଡ଼ିଆ ଭକ୍ତ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ । ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା କାର୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା କାଉଡିଆ ଜଣଙ୍କ ହେଉଛନ୍ତି ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭର୍‌କୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.