ପୂଜା ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା : ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜୟଗୁରୁ ମନ୍ଦିରରୁ ପୂଜାସାରି ସନ୍ଧ୍ୟାରେ ଘରକୁ ନିଜ ବାଇକ୍‌ ଯୋଗେ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଅନ୍ୟ ଏକ ବାଇକ୍‌ ଧକ୍କା ଦେବା ଦ୍ୱାରା ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କ ନାମ ଗୋବିନ୍ଦ ଦାସ (୪୨) ଘର ଡ଼ୁମାଲପଡା ବୋଲି ଜଣାପଡିଛି । ପ୍ରଥମେ ଗୋବିନ୍ଦଙ୍କୁ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବଲାଙ୍ଗିରରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗୋବିନ୍ଦ ଜୟଗୁରୁ ସତସଙ୍ଗ କେନ୍ଦ୍ରରେ ପୂଜାସାରି ନିଜ ବାଇକ୍‌ ନଂ ୦୩ ଜେ ୦୦୮୩ ଯୋଗେ ଡ଼ୁମାଲପଡା ଘରକୁ ଫେରୁଥିଲେ । ଏହି ସମୟରେ ସଇଁତଲା ପଟୁ ଅନ୍ୟ ଏକ ବାଇକ୍‌ ଆରୋହୀ କେରମେଲି ଗାଁର ଦେବରାଜ ଭୋଇ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା ବୋଲି ଗୋବିନ୍ଦଙ୍କ ମାଁ ଲଳିତା ଦାସ ସଇଁତଲା ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଥାନା ସେକେଣ୍ଡ ଅଫିସର ଏଲ୍‌. ଚାଲାଣ ତଦନ୍ତ ଆରମ୍ଭ କରୁଛନ୍ତି ।

Leave A Reply

Your email address will not be published.