shyamal

ହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡର ବାରାହାଗଡ ପଞ୍ଚାୟତର ହାତିଶୀଳା ଗ୍ରାମରେ ହାତୀ ଆକ୍ରମଣ । ଏହି ଆକ୍ରମଣରେ କପିଳ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, କପିଳ ବେହେରା ଗତକାଲି ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରେ ଘର ଠାରୁ କିଛି ଦୂରରେ ଥିବା ଜମିରେ ୩ଟି ହାତୀ ଥିଲେ । ସେମାନଙ୍‌ଙ୍କ ମଧ୍ୟରୁ ଗୋଟିଏ ହାତୀ ହଠାତ୍‌ ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଉଠାଇ ଦୁଇଥର କଚାଡି ଦେଇଥିଲା । ଫଳରେ ସେଠାରେ ସେ ଅଚେତ ହୋଇପଡିଥିଲେ । ପରେ ଘର ଲୋକେ ଆସି ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

purusottam
Leave A Reply

Your email address will not be published.