ଡିଭାଇଡରରେ ପିଟିହୋଇ ୨ ମୃତ ୧ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଭୀମପୁରା ନିକଟ ରାସ୍ତାକଡ଼ରେ ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକ ଯୋଗେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ରେ ଡିଭାଇଡରରେ ପିଟିହୋଇ ଯାଇଥିଲେ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ଵୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଛି । ମୃତକମାନଙ୍କ ନାମ ପରେଶ ଓ ଭାଲୁ ହୋଇଥିବା ବେଳେ ପାକୁଆ ନାମକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.