oum

ଅଜଣା ଗାଡି ଧକ୍କାରେ ୨ ଜଣ ଯୁବକ ଗୁରୁତର : ବଲାଙ୍ଗିର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ

jsm

ସଇଁତଲା, (ପ୍ରମୋଦ ସେଲମା) : ଆଜି ଅପରାହ୍ନ ୨ଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ସଇଁତଲା ଥାନା କରେଲଧୁଆ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ନାମ ଲବ ସାହୁ(୪୫) ସଇଁତଲା ଥାନା ଘୁନସର ଓ ନରେନ୍ଦ୍ର ବାରିକ(୩୫) କେସିଙ୍ଗା ଥାନା ଟୁଲ୍ଲା ଗ୍ରାମର ବୋଲି ଜଣାପଡିଛି । ପ୍ରକାଶ ଯେ, ଉଭୟ ଦୁହେଁ ନିଜ ବାଇକ୍‌ ପେଶନ ପ୍ରୋ ନଂ ଓଡି୦୮ ଆର୍‌ ୭୩୦୩ ଯୋଗେ ଫେରୁଥିବା ବେଳେ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁହେଁ ଛିଟିକି ପଡ଼ିଥିଲେ । ଯାହା ଫଳରେ ଉଭୟଙ୍କର ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବର ସହ ଆଘାତ ଲାଗିଛି । ପ୍ରଥମେ ଦୁହେଁଙ୍କୁ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇଁ ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ, ଏଏସ୍‌ଆଇ ମାଦ୍ରୀ ଛୁରା, କନେଷ୍ଟବଳ ସୁନୀଲ ଭୋଇ, ଶତୃଘ୍ନ ଭୋଇ ଓ ପ୍ରେମ ନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଉଭୟ ଯୁବକ ଦୁହେଁଙ୍କୁ ମେଡିକାଲ୍‌ ପଠାଇବା ପରେ ଦୁର୍ଘଟଣା ଗ୍ରସ୍ତ ବାଇକ୍‌କୁ ଜବତ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.