oum

ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିଲା କାର୍‌ : ଜଣେ ମୃତ, ୩ ଗୁରୁତର

jsm

ରାୟଗଡ଼ା : ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ବରଗଡ଼ ଜିଲ୍ଲାକୁ ବାହାଘର ଭୋଜିରେ ଯୋଗଦେଇ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ କାର୍ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । କାର୍‌ ଭିତରେ ମୃତ ଯୁବକ ଫସି ରହିଥିବା ବେଳେ ଦମକଳ ଦଳ ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଆହତ ଯୁବକଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.