ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ମୁନିଗୁଡା : ମୁନିଗୁଡା ଫାୟାର୍‌ ଷ୍ଟେସନ୍‌ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ କ୍ୱାଇଁ ଓ ଶଳା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ପାଜୀବାଲି ଗ୍ରାମର ଉତ୍ତମ ବଡିଗା ଓ ୱନେଶୁ ମେଣ୍ଢା । ସୂଚନାଯୋଗ୍ୟ ଯେ, ଉଭୟ ବାଇକ୍ ଯୋଗେ ଶୁକ୍ରବାର ସକାଳୁ ମୁନିଗୁଡାରେ ପରିବା ବିକ୍ରି କରି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖବରପାଇ ମୁନିଗୁଡା ଅଗ୍ନିଶମ କର୍ମଚାରୀ ମାନେ ମୁନିଗୁଡା ଡାକ୍ତରଖାନାକୁ ଆଣିଥିଲେ । ମୁନିଗୁଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଉତ୍ତମ ଚିକିତ୍ସା ପାଇଁ ଉତ୍ତମକୁ ବିଷମକଟକ ଖ୍ରୀଷ୍ଟିଆନ୍‌ ମେଡିକାଲ୍‌କୁ ପଠାଇଥିବା ବେଳେ ୱନେସୁକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.