oom

ସଡ଼କ ଦୁର୍ଘଟଣା : ୭ ଗୁରୁତର

jsmm

ସୋର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାରଦୀପା ଗ୍ରାମର ୯ ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗ୍ରାମକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ନିକଟରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡା ହୋଇଥିବା ବେଳେ ବୋଲେରୋଟି ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ଫଳରେ ବୋଲେରୋରେ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ଜବତ କରି ଥାନାକୁ ଆଣିଛନ୍ତି ।

jittmm
Leave A Reply

Your email address will not be published.