ନିଆଁ ପୁଇଁବା ବେଳେ ମିର୍ଗି ରୋଗୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଆଁ ପୁଇଁବା ବେଳେ ଜଣେ ମିର୍ଗି ରୋଗୀଙ୍କ ଉପରେ ଗରମ ପାଣି ପଡ଼ି ଗୁରୁତର ହୋଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁରୁତର ଜଣକ ହେଉଛନ୍ତି ପୁଇଁତଲା ଥାନା ଅନ୍ତର୍ଗତ ଦଶପୁର ଗ୍ରାମର ପୁଲା କୁମ୍ଭାର(୪୫) । ଆଜି ସଂଧ୍ୟାରେ ନିଜ ଘର ପାଖରେ ନିଆଁ ପୁଇଁବା ବେଳେ ପୁଲାଙ୍କ ମିର୍ଗି ରୋଗ ବାହାରିଥିବା ଯୋଗୁଁ ପାଖ ଚୁଲିରେ ଫୁଟୁଥିବା ପାଣି ଉପରେ ସେ ପଡ଼ିଯାଇ ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ଅଣାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.