ଟ୍ରେନରୁ ପଡ଼ି ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳୁ ଜଣେ ବୃଦ୍ଧ ମହିଳା ଟ୍ରେନରୁ ପଡି ଗୁରୁତର ଅବସ୍ଥାରେ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଟ୍ରେନ ଯୋଗେ ଜଣେ ମହିଳା ଯାତ୍ରୀ ଯାଉଥିବା ସମୟରେ ଟ୍ରେନରୁ ପଡ଼ିଯାଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ ସେ ଭଲ ଭାବରେ କହି ପାରୁ ନାହାନ୍ତି, ହିନ୍ଦୀ ଭାଷାରେ ଟିକେ ଟିକେ କଥା ହେଉଛନ୍ତି । ତେବେ ସେ କେଉଁ ସ୍ଥାନର, କୁଆଡେ ଯାଉଥିଲେ, କେମିତି ପଡ଼ିଲେ କିଛି ଜଣାପଡିନାହିଁ, ପୋଲିସ ତଦନ୍ତରୁ ସବୁ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.