ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ଚରଣ ସ୍ୱାଇଁ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ସ୍ୱାଇଁଙ୍କ ଗୋଡ ଭାଙ୍ଗି ଯାଇଛି । ପଦ୍ମପୁର ପଟରୁ ଏକ ଅଜଣା ବାଇକ କ୍ଷୀପ୍ର ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଅନ୍ୟ ବାଇକଟି ଶିକ୍ଷକ ଶ୍ରୀ ସ୍ୱାଇଁକୁ ଯୋରରେ ମାଡ ହୋଇଥିଲା । ଫଳରେ ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପାଇକମାଲ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ବରଗଡକୁ ରେଫର କରାଯାଇଛି । ପାଇକମାଲ ଛକର ଅଣ ଓସାରିଆ ପାଇକମାଲ ବସ୍ତିରେ ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ଅନ୍ଧାର ଯୋଗୁଁ ଦୃତଗତିରେ ବାଇକ ଚଳାଉଥିବାରୁ ବହୁ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ପାଇକମାଲ ପୋଲିସ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.