ସଡ଼କ ଦୁର୍ଘଟଣାରେ ଗୁରୁତର ମୋହନ ସ୍ୱାଇଁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ସୋମବାର ରାତ୍ରିରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଗୁରୁତର ହୋଇ ଛତ୍ରପୁର ମୁଖ୍ୟ ହସ୍ପିଟାଲକୁ ଆଣାଯାଇ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଗୁରୁତର ଆହତ ମୋହନ ସ୍ୱାଇଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ମୃତକ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହି (ପୁରୁଣା ଡାଲଡାମିଲ ରୋଡ଼) ମୋହନ ସ୍ୱାଇଁ (୬୦) ବୋଲି ଜଣାପଡିଛି । ତାଙ୍କର ମୁଣ୍ଡରେ ବଡ଼ ଆଘାତ ଲାଗିଥିଲା । ମୋହନ ଜଣେ ଘରୋଇ ଡ୍ରାଇଭର ଅଟନ୍ତି । ସେ ଏକ ସରକାରୀ ଗାଡ଼ି ଚଲାଇ ଡ୍ୟୁଟି ସାରି ଗାଡ଼ି ଗେରେଜରେ ଥୋଇ ସେ ଏକ ମଟର ସାଇକେଲରେ ଘରକୁ (ଛତ୍ରପୁର) ଫେରୁଥିଲେ । ଏକ ଲୁହା ବୋଝେଇ ଟ୍ରକ ସହ ତାଙ୍କର ଦୁର୍ଘଟଣା ହୋଇଥିଲା ବୋଲି ହୁମ୍ମା ଫାଣ୍ଡି ପକ୍ଷରୁ କୁହାଯାଇଛି । ତାଙ୍କର ସୋମବାର ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମଧ୍ୟ ରାତ୍ରୀ ସୁଦ୍ଧା ଛତ୍ରପୁରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଡ଼ ଝିଅର ନିର୍ବନ୍ଧ ସରି ଆଗକୁ ବାହାଘର ପାଇଁ ଯୋଗାଡ଼ ପ୍ରସ୍ତୁତି ଆଦି କରିବାରେ ବାପା ଅଣ୍ଟା ଭିଡୁଥିବା ବେଳେ ବାପାଙ୍କ ଏହି ମୃତ୍ୟୁ ଏକ ଦୁଃଖଦାୟକ ହୋଇଛି । ଘରେ ଏବେ କାନ୍ଦ ବୋବାଳିରେ ଫାଟିପଡ଼ୁଛି । ତାହାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.