ଦେହରେ ଗରମ ପାଣି ପଡି ମହିଳା ଗୁରୁତର

ତୁଷୁରା, (କେପିଏନ୍‌ଏସ୍‌) : ଦେହରେ ଗରମ ପାଣି ପଡି ମହିଳା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ତୁଷୁରା ଥାନା ଅନ୍ତର୍ଗତ ବନପାଲି ଗାଁଠାରେ ଦେହରେ ଗରମ ପାଣି ପଡି ଜଣେ ୪୫ ବର୍ଷ ବୟସ୍କା ମହିଳା ଗୁରୁତର ହୋଇପଡ଼ିଛନ୍ତି । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍‌ ହସ୍‌ପିଟାଲ୍‌ର ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏପରି କିଛି ଘଟଣା ଘଟିଛି ଆଜି ସକାଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବନପାଲି ଗାଁରେ । ଆଜି ସକାଳେ ଗରମ ଭାତର ପାଣି ପଡି ଏହି ଗାଁର ଡାଲମା ଜାଲ (୪୫) ଦେହର ବାମ ପାର୍ଶ୍ଵ ଗୋଡ ଓ ପଛ ପାର୍ଶ୍ୱ ପୋଡି ଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଜି ସକାଳେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.