om academy

ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର

jsm

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା-ଲାଠୋର ରାସ୍ତାରେ ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ କାନୁଟ୍‌ ଗାଁର ରଂଜିତ ପୁଟେଲ ତାଙ୍କ ସ୍ତ୍ରୀ ଓ ୩ ବର୍ଷର ଶିଶୁକୁ ନେଇ ରମେଇଗଡ ଯାଉଥିଲେ । ତୁରେକେଲା ହାଇସ୍କୁଲ ପାଖ ମୁଖ୍ୟ ରାସ୍ତାରେ ଥିବା ହମ୍ପସ୍‌ଠାରେ ମା’ ଓ ଶିଶୁ ବାଇକ୍‌ରୁ ଖସିପଡିଥିଲେ । ସମାଜସେବୀ ପ୍ରେମରାଜ ପାଣିଗ୍ରାହୀଙ୍କ ସହ ଅନ୍ୟମାନେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ । ଶିଶୁଟିର ଅବସ୍ଥା ସଂକଟାପନ୍ନ ଥିବାରୁ ବଲାଙ୍ଗିର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.