ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ରେଞ୍ଜ ଅଧୀନ ଟାନୱାଟ ଗାଁରେ ଭାଲୁ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ କେନ୍ଦୁପତ୍ର ତୋଳାଳୀ ହେଲେ ଟାନୱାଟ ଗାଁର ରମେଶ ଶବର(୪୦) । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସୂଚନା ସୂଚନା ଅନୁସାରେ ଶନିବାର ସକାଳେ ଟାନୱାଟ ଗାଁର ରମେଶ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ । ଜଙ୍ଗଲ ଭିତରେ କେନ୍ଦୁପତ୍ର ସଂଗ୍ରହ କରୁଥିଲେ । ଏତିକି ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ରମେଶଙ୍କୁ ଆକ୍ରମଣ କରିଥିଲା । ସେଠି ରମେଶ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ଏହି ଖବର ପାଇ ପରିବାର ଲୋକେ ଜଙ୍ଗଲରୁ ରମେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏବେ ରମେଶଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।