ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ବଲାଙ୍ଗିର ସଦର ବ୍ଲକ ଚୂଡାପାଲି ଗାଁର ମକାରୁ ମହାନନ୍ଦ(୫୨) ନାମକ ଜଣେ ଇଲେକ୍ଟ୍ରିସିଆନ ଘରର ଇଲେକ୍ଟ୍ରି କାମ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଚଳନ୍ତା ସିଲିଙ୍ଗ ପଙ୍ଖା ମକାରୁଙ୍କ ମୁଣ୍ଡରେ ବାଜି ଆଘାତ ଲାଗିଥିଲା । ଏଥିରେ ମକାରୁ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମକାରୁଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.