୨ ଗାଡି ମୁହାଁମୁହିଁ ଧକ୍କା : ୨ ଗୁରୁତର

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ୨୬ ନଂ. ଜାତୀୟ ରାଜପଥ କରେଲଧୁଆ ଓଭରବିଜ୍ରଠାରେ ୨ ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଟାଟାଏସି ଏବଂ ୪୦୭ ଗାଡି ମଧ୍ୟରେ ଧକ୍କା ହେବା ଫଳରେ ଟାଟାଏସିରେ ଥିବା ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.