oom

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ଲୋଇସିଂହା ଠାରେ ଗୁରୁପୂଜନ ସମାରୋହ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୫୦ରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଗୁରୁ ପୂଜନ ଉତ୍ସବ ପାଳନ ହୋଇଥିଲା, ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବରେ ବିଭୁତି ଭୂଷଣ ସାହାଣୀ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦ ଯଥା ଶ୍ୟାମ ସୁନ୍ଦର ଭୋଇ, ବଳଦେବ ଭୋଇ, ପର୍ଶୁରାମ ସାହୁ, ପୁରୁଷୋତ୍ତମ ସ୍ୱାଇଁ ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ପ୍ରମୁଖ ମଂଚାସୀନ ଥିଲେ, ଅତିଥି ବୃନ୍ଦମାନେ ତାଙ୍କର ଶିକ୍ଷକ କାଳ ଜୀବନ ଉପରେ ଅଭିଭାଷଣ ରଖିଥିଲେ, ନିହାର ରଂଜନ ବେହେରା ଶିକ୍ଷକ ମାନଙ୍କର ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ ଓ ନିଷ୍ଠା, ଛାତ୍ରମାନଙ୍କ ପ୍ରତି ତାଙ୍କର ଦିଗଦର୍ଶନ ପାଇଁ ଶିକ୍ଷକ ମାନଙ୍କୁ ପ୍ରଶଂସନୀୟ ବୋଲି କହିଥିଲେ, ସଭା ଆରମ୍ଭ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡାକ୍ତର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତନୁର୍ୟ୍ୟା ନାଏକ ସ୍ୱାଗତ ଭାଷଣ ରଖିଥିଲେ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ତା’ପରେ ସମସ୍ତ ଶିକ୍ଷକ ମାନଙ୍କୁ ଛାତ୍ରୀ ମାନେ ଗୁରୁ ପୂଜନ କରିଥିଲେ ଓ ପରେ ନିହାର ରଂଜନ ବେହେରା ସମସ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ, ଏହି ସଭାରେ ୫୦ରୁ ଅଧିକ ଶିକ୍ଷକ ଯୋଗଦାନ କରିଥିଲେ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଶିକ୍ଷକ ମାନଙ୍କୁ ନେଇ ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ଗଠନ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ ପରିଶେଷରେ କ୍ଷୀରଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ଟିପଲୂ କଦମ, ପ୍ରଦିପ ସାହୁ, ପ୍ରକାଶ ମହାରଣା, ରାକେଶ ଅଗ୍ରୱାଲ, ସୁମେଶ ନାଗ, ମାଳତି ସାଏ, ସୁରେନ ମେହେର, ଶିବ ଯାଦବ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ ।

jittmm
Leave A Reply

Your email address will not be published.