lika

ନଅଗାଁ (ଖ) ବିଦ୍ୟାଳୟରେ ଗୁରୁପୂଜନ ଓ ଛାତ୍ରଛାତ୍ରୀ ସମ୍ୱର୍ଦ୍ଧିତ

gbag

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ପବିତ୍ର ଗୁରୁ ଦିବସ ଅବସରରେ ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଅଗାଁ କ୍ଲଷ୍ଟର ସିଆରସିସି ହୃଷିକେଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସ୍କୁଲ ନୀରିକ୍ଷକ ପ୍ରସାଦୁ ପଧାନ ଏବଂ ସମାଜସେବୀ ସଦାନନ୍ଦ ପଶାୟତ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଦିବଂଗତ ଆଦର୍ଶ ଶିକ୍ଷକ ଶ୍ୟାମସୁନ୍ଦର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପୂର୍ବତନ ଶିକ୍ଷା ନୀରିକ୍ଷକ ଶ୍ରୀ ପଧାନଙ୍କ ଉଦ୍ୟମ କ୍ରମେ ପୂର୍ବରୁ ଆୟୋଜିତ ନଅଗାଁ(ଖ) କ୍ଲଷ୍ଟରସ୍ତରୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.