ପାଲା ସମିତିର ୧୧ତମ ବାର୍ଷିକ ମହୋତ୍ସବ ଓ ଗୁରୁପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଅନୁଷ୍ଠାନର ୧୧ତମ ବାର୍ଷିକ ଉତ୍ସବ ଓ ବ୍ୟାସ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜା କାର୍ଯ୍ୟକ୍ରମ ଶ୍ରୀ ଖେଲେଶ୍ୱର ଦେବ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା । ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ସଭାପତି ମଦନ ମୋହନ ଜେନା, ପୁରୀ ଜିଲ୍ଲା ସଭାପତି ଲକ୍ଷ୍ମୀଧର ଦାସ, କାଶୀନାଥ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ପ୍ରମୋଦ କୁମାର ଜେନାଙ୍କୁ ଅନୁଷ୍ଠାନର କର୍ମୀମାନେ ଓ ଶିଷ୍ୟ ଶିଶ୍ୟାମାନେ ସମ୍ମିଳିତ ହୋଇ ଗୁରୁ ଜୟନ୍ତୀ ପାଳନ କରିଥିଲେ । ଅପରାହ୍ନ ୪ ଘଟିକା ସମୟରେ କାଶୀନାଥ ଜେନାଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀ ତ୍ରୀପାଠୀ, ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଅଭିମନ୍ୟୁ ସ୍ୱାଇ, ହରିହର ସାମନ୍ତରା, ରମେଶ ଚନ୍ଦ୍ର ସ୍ଵାଇଁ, ବସନ୍ତ କୁମାର ମହାରଣା, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, କୈଳାଶ ଚନ୍ଦ୍ର ପାଣି ପ୍ରମୁଖ ଗୁରୁ ପୁଜା ଓ ପାଲା କଳା ଉପରେ ଉଦବୋଧନ ଦେଇଥିଲେ । ୩ ଗୋଟି ପାଲା ଅନୁଷ୍ଠାନ, ୫ ଜଣ ପାଲା ଗାୟକ, ୪ ବାୟକ, ୧୨ ପାଳିଆ ଓ ସଙ୍କୀର୍ତ୍ତନ ଗାୟକ, ବାୟକ୍, ପାଳିଆଙ୍କୁ ମାନପତ୍ର ଉପଢୌକନ ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ୨ ପାଲା ଗାୟକ, ସୁକାନ୍ତ କୁମାର ପରିଡ଼ା ଓ ସାଥୀ, କଣ୍ଡୁରି ବେହେରା ଓ ସାଥୀ ପାଲା ପରିବେଷଣ କରିଥିଲେ । ପୁରୀ ଖୋର୍ଦ୍ଧା କଟକ ଆଦି ଜିଲ୍ଲାରୁ ବହୁ କଳାକାରମାନେ ଏହି ମହାନ ଉତ୍ସବରେ ଯୋଗଦାନ୍ କରିଥିଲେ । ଖେଳଉର ଗ୍ରାମବାସୀମାନେ ସହଯୋଗ କରିଥିଲେ ଏବଂ ନିରଞ୍ଜନ ମହାରଣା ମହାଶୟ ନାନା ପ୍ରକାର ସହାୟତା କରିଥିଲେ । ସମ୍ପାଦକ ପ୍ରମୋଦ କୁମାର ଜେନା ସମସ୍ତଙ୍କୁ ସାଧୁବାଦ୍ ଜଣାଇଥିଲେ ।

Leave A Reply

Your email address will not be published.