ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଗୁରୁ ଦ୍ଵାରାଠାରେ ଶିଖ୍ ଧର୍ମର ସଂସ୍ଥାପକ ତଥା ପ୍ରଥମ ଗୁରୁ ନାନକ ଦେବଙ୍କ ୩୫୨ତମ ଜନ୍ମ ଜୟନ୍ତୀ ଉତ୍ସବ ପ୍ରକାଶ ପର୍ବ ପାଳିତ ହୋଇଯାିଛି । ଏହି ଅବସରରେ ଦିନ ତମାମ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ ନାନକ ଦେବଙ୍କ ଦର୍ଶନ କରିଥିଲେ । ଗୁରୁ ନାନକ ଦେବ ତାଙ୍କ ମାର୍ଗ ଦର୍ଶନ ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତିର ଧାରା ପଥ ଦେଖାଇଛନ୍ତି । ଆମକୁ ତାହାଙ୍କ ଦର୍ଶନର ଅନୁସରଣ କରିବା ଉଚିତ ବୋଲି କହିଥିଲେ । ଏହି ଅବସରରେ ଗୁରୁ ଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ଅତିଥି ଦ୍ୱୟଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
Prev Post