oom

ଜେନିଥ ଲାୟନ୍ସ ଗୁରୁକୁଳର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ମିଶ୍ର, ପୂର୍ବତନ ସଭାପତି ମହମ୍ମଦ ଜାୱେଦ, ଉପସଭାପତି ସୁଶାନ୍ତ କୁମାର ରଥ, ସମ୍ପାଦକ ପବନ କୁମାର ଅଗ୍ରୱାଲ, ଜେନିଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟିର ସଭାପତି ଦୀପ ପ୍ରଜ୍ଜ୍ୱଳନ ଓ କ୍ରୀଡ଼ା ପତାକା ଉତ୍ତୋଳନ କରି କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍‌ଘାଟିତ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜେନିଥ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ୨ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବରେ ବିଭିନ୍ନ ବିଭାଗରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଦ୍ଵିତୀୟ ଦିବସର ଉଦ୍‌ଯାପନୀ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜାତୀୟ ସ୍ତରର ଖେଳାଳି ପ୍ରଦୋଷ କୁମାର ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ା ପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ବିଭିନ୍ନ ବିଭାଗରେ ଚାମ୍ପିଅନ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡ଼ା ଉତ୍ସବରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିବା ବିଭିନ୍ନ ସରକାରୀ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ସଭା ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ବେହେରା । ପରେ ଜେନିଥ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଜେନିଥ କନିଷ୍ଠ ବିଭାଗର କୋର୍ଡିନେଟର ଶ୍ରୀମତୀ ଶୋଭନା ପଣ୍ଡା ଧନ୍ୟବାଦ ଜଣାଇଥିଲେ । କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.