ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳନ କରାଯାଏ । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଥାଳିରେ ଫୁଲ ଚନ୍ଦନ ଧରି ଗୁରୁଙ୍କୁ ବନ୍ଦନା କରିଥିଲେ । ଛାତ୍ରଛାତ୍ରୀଙ୍କ ତରଫରୁ ଗୁରୁମାନଙ୍କୁ ଉତ୍ତ୍ତରୀୟ ସହ ଉପହାର ସ୍ୱରୂପ ବୃକ୍ଷଚାରା ପ୍ରଦାନ କରାଯାଇଥିଲା । ଏଭଳି ଅଭିନବ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପହାରଟିଏ କିଣି ଦେଲେ ଆଜି ରହିବ କାଲି ନାହିଁ । କିନ୍ତୁ ଗୋଟିଏ ଗଛ ଗୁରୁ ଶିକ୍ଷ୍ୟର ସମ୍ପର୍କକୁ ଯୋଡ଼ି ରଖିବ । ଘରକୁ ନେବା ସହ ଗଛଟି ଲଗାଇ ସବୁଦିନ ପାଇଁ ପିଲାଙ୍କୁ ମନେ ରଖିବେ । ଏହି ଉପହାର ଜରିଆରେ ପ୍ରକୃତି, ପରିବେଶକୁ ସୁନ୍ଦର ରଖିବାକୁ ପିଲାମାନେ ବାତ୍ର୍ତ୍ତା ଦେଇଥିଲେ । ସମାଜର ସମସ୍ତ ବର୍ଗ ଗୁରୁମାନଙ୍କର ମହାନିର୍ମାଣର ସାମାଜିକ ଉତ୍ପାଦନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଠିକଟା ବ୍ଲକ ଥାନା ଅଧିକାରୀ ବୈଦନାଥ ସାହୁ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଇସ୍ପାତ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼.ଶଙ୍କର ପ୍ରସାଦ ତ୍ରିପାଠୀ, ଅଲ ଓଡ଼ିଶା କିନ୍ନର ଆସୋସିଏସନର ସମ୍ପାଦକ ଜୟା ତ୍ରିପାଠୀ, ସମାଜସବୀ ଦୀପକ ଦାଶ, ପରମେଶ୍ୱର ପ୍ରଧାନ, ସୁରେଶ ଚନ୍ଦ୍ର ନାୟକ.ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ମ୍ୟୁନସିପାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନୀଲ ସାମଲ, ଚନ୍ଦ୍ର ଶେଖର ମୁନୀଙ୍କ ସମେତ ସେକ୍ଟର ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସଦସ୍ୟ ଓ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।