ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପବିତ୍ର ଗୁରୁ ଦିବସ । ଗୁରୁ ଅର୍ଥ ଅନ୍ଧକାରମୟ ଜୀବନରେ ଆଲୋକ । ଗୁରୁ ବିନା ସମସ୍ତ ସଂସାର ଅର୍ଥ ହୀନ । ଶିଶୁଟିଏ ଜନ୍ମ ନେବା ପରେ ହିଁ ତାର ଶିକ୍ଷା ଆରମ୍ଭ ହୋଇଯାଏ । ଆମ ପ୍ରଥମ ଗୁରୁ ଆମ ମା’ ଓ ବାପା ଅଟନ୍ତି । ପରେ ଆମେ ଆମ ଗୁରୁଜନ ତଥା ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଶିକ୍ଷା ଲାଭ କରିଥାଉ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଆମେ ପ୍ରତିଦିନ କିଛି ନା କିଛି ଶିକ୍ଷା କରିଥାଉ । ଏଥିପାଇଁ ଆମେ ଯାହାଙ୍କ ଠାରୁ ଯାହା କିଛି ଶିକ୍ଷା କରିଥାଉ, ସେ ଆମର ଗୁରୁ । ଜୀବନରେ ଆଗକୁ ବଢିବାକୁ ହେଲେ ପ୍ରତ୍ୟେକ ମଣିଷଙ୍କ ପଛରେ ତାଙ୍କର ଗୁରୁଙ୍କ ହାତ ଥାଏ । ଗୋଟିଏ ଗୁରୁ ପାଖରେ ହିଁ ନିଜ ଛାତ୍ରକୁ ଉଚିତ ଶିକ୍ଷା ଦେଇ ତାକୁ ଜୀବନରେ ଭଲ ମଣିଷ କରି ଗଢି ତୋଳିବାର ଶକ୍ତି ଥାଏ ।
ପ୍ରକାଶ ଥାଉକି, ପ୍ରତିବର୍ଷ ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ଙ୍କ ଜନ୍ମ ବାର୍ଷିକୀ ତଥା ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରିଥାଉ । ସମସ୍ତ ଶିକ୍ଷାନୁଷ୍ଠାନରେ ଶିଶୁ ମାନେ ଆଗ୍ରହ ତଥା ସ୍ନେହ ଶ୍ରଦ୍ଧାର ସହିତ ନିଜ ଗୁରୁ ମାନଙ୍କୁ ବିଭିନ୍ନ ଉପହାର ଦେଇ ସମ୍ମାନିତ କରିଥାନ୍ତି ଓ ଗୁରୁମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥାନ୍ତି ।