ls

ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

sb

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଗୁରୁ ଦିବସ-୨୦୨୧ ପାଳିତ ହୋଇଯାଇଛି । ଗୁରୁ ପୂଜନ, ମାର୍ଗଦର୍ଶନ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଆଧୂନିକ ଶୃଙ୍ଖଳିତ ଭାରତ ନିର୍ମାଣ ଓ ଆଧ୍ୟାତ୍ମିକ ଜାଗରଣ ଉପରେ ଆଲୋକପାତ କରାଯାଇ ବହୁ ଉପଦେଶ ମୂଳକବାଣୀ ସମ୍ପର୍କରେ ଉପଦେଶ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର କାର୍ଯ୍ୟକର୍ତ୍ତା ତଥା ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ନାହାକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ସାମାଜିକ କର୍ମୀ ଅରୁଣ ଶତପଥି ଓ ଅଧ୍ୟାପକ ଲିଙ୍ଗରାଜ ସ୍ୱାଇଁ, ଲିପସା ପ୍ରିୟଦର୍ଶନୀ ଶେଷାନନ୍ଦ ଷଡ଼ଙ୍ଗୀ, ମନ୍ମୟ ଦାଶ ପ୍ରମୁଖ ଯୋଗଦେଇ ଥିଲେ । ପଣ୍ଡିତ ପ୍ରଦୀପ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.