ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ସାଲେଭଟା, (ସୁଶିଲ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ପ।ଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ୟ୍ୟକ୍ରମରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିକାର ପବିତ୍ର ଗୁରୁ ଦିବସରେ ମାନବ ଜୀବନରେ ଖୁସି ଓ ଉଲ୍ଲାସ କେବଳ ପ୍ରକୃଷ୍ଟ ଜ୍ଞାନ ଓ ବିଜ୍ଞାନ ଯୋଗୁଁ ହିଁ ସମ୍ଭବ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା । ଏଣୁ, ସମାଜର ପ୍ରତିଟି ଶିଶୁକୁ ସୁଶିକ୍ଷିତ କରି ସମାଜର ସେବା କରିବା ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସଙ୍କଳ୍ପ ପାରିତ କରାଗଲା । ହ୍ୱାଟ୍ସଆପ ମାଧ୍ୟମରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ଆଦର୍ଶର ଲେଖନୀ ଗୁଡିକର ଫଟୋଚିତ୍ର ପଠାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଏଥି ସହିତ ସମାଜର ପ୍ରତିଟି ଗୁରୁଙ୍କୁ ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟୀ ସଭ୍ୟସଭ୍ୟା ବୃକ୍ଷ ରୋପଣ କରିଥିଲେ । କାର୍ୟ୍ୟକ୍ରମକୁ ଇକୋ କ୍ଲବର ସମ୍ପାଦକ ଶିକ୍ଷୟତ୍ରୀ ଧରିତ୍ରୀ ସାହୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କୁନ୍ତି ପଧାନ, ଅଳକା ପଣ୍ଡା, ଗୋବିନ୍ଦ ଭୁଏ, ଗୁରୁବାରି ପଧାନ, ରୁଦ୍ରକାନ୍ତ ମେହେର, ବିନୟା ସାହୁ, ଲିଲିି ରଣା ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

Leave A Reply

Your email address will not be published.