ବଲାଙ୍ଗିର, (କେପିଏନ୍ଏସ୍) : ରୋଟାରୀ ଏଲିଟ୍ ବଲାଙ୍ଗିର ତରଫରୁ ଗତ ୦୫ ସେପ୍ଟେମ୍ବର ଦିନ ସ୍ଥାନୀୟ ପୃଥ୍ଵୀରାଜ ହାଇସ୍କୁଲଠାରେ ଉଡାନର “ଗୁରୁଦିବସ” ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଯୋଗଦେଇ ଶିକ୍ଷକ ହିଁ ଜଣେ ବ୍ୟକ୍ତିଙ୍କୁ ସାଧାରଣରୁ ଅସାଧାରଣ କରିପାରନ୍ତିବୋଲି କହିଥିଲେ । ଉଡାନରେ କେବଳ ଝିଅମାନଙ୍କୁ ପାଠ୍ୟପୁସ୍ତକ ଶିକ୍ଷାରେ ସୀମିତ ନରଖି ତାଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଏହାହିଁ ଉଡାନର ଝିଅମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ମୁଖ୍ୟ ଅତିଥି । ଆମ ଦେଶରେ ଗୁରୁ ପରମ୍ପରା ଅନେକ ପୁରୁଣା ଓ ଆଜିବି ତାହା ପ୍ରାସଙ୍ଗିକ ବୋଲି କହିଥିଲେ ଅନ୍ୟତମ ଅତିଥି ତଥା ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ । ଉଡାନର ବରିଷ୍ଠ ଶିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ନାୟକ, ରୋଟାରୀ ଏଲିଟ୍ର ସଭାପତି ବିଶ୍ୱଜିତ ଦାସ ଓ ସମ୍ପାଦିକା ଦୀପିକା ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ଉଡାନର ଛାତ୍ରୀ ସୃତି ଚିର୍ଗୁନ, ଜ୍ୟୋତିର୍ମୟୀ ପଣ୍ଡା, ମାମା ମନହିରା, ମନୀଷା ପରିଡା, ବିଦୀପ୍ତା ସାହୁ ଓ ପୂର୍ବତନ ଛାତ୍ରୀ ନିକିତା ସାହୁ ଓ ତୁଳସୀରାଣୀ ସାହୁ ଉଡାନ ଶିକ୍ଷକଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଉଡାନର ଶିକ୍ଷକ ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ବୃଷକେତୁ ସାହୁ, ପୀତବାସ ପଣ୍ଡା, ନରେନ୍ଦ୍ର ମିଶ୍ର, ସିନୁସୁନ୍ଦର ପାଢ଼ୀ, ନୂତନ ନାୟକ, କ୍ଷମାନିଧି ଝାଙ୍କର, ଅଶୋକ ଖଟୁଆ, ଅଲିଭା ଦୀପ, ଶଶାଙ୍କ ତ୍ରିପାଠୀ, ଜୟନ୍ତ ମେହେର, ସୁବାସ ଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ସାହୁ, ଗନ୍ଧର୍ବ ପାତ୍ର, ଦିଲୀପ ଯୋଶୀ, ଅଭୟ ମିଶ୍ର ଓ ଗୋପ ଭୂଷଣ ନାଥ ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସଭାପତି ବିଶ୍ୱଜିତ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉଡାନର ପୂର୍ବତନ ଛାତ୍ରୀ ବିଜନେଷି ବାରିକ ସଭା ପ୍ରାରମ୍ଭରେ ଗୁରୁବନ୍ଦନା କରିଥିଲେ । ଏହି ସଭାକୁ ରୋଟାରୀ ଏଲିଟ୍ର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ପରିଚାଳନା କରିଥିଲେ ଓ ଶେଷରେ ଏଲିଟ୍ର ସମ୍ପାଦିକା ଦୀପିକା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।