jayashree

ଗୁଞ୍ଜରଣ ରଥକୁ ଖୁଣ୍ଟିଗୋରାଠାରେ ସ୍ୱାଗତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ଶିକ୍ଷା ଓ ସଚେତନତାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲାରୁ ବାହାରିଥିବା ଗୁଞ୍ଜରଣ ରଥ କନ୍ଧମାଳ, ବାଲିଗୁଡା ଦେଇ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଖୁଣ୍ଟିଗୋରା ସ୍ଥିତ ଉଚ୍ଚ ବିଦ୍ୟାଳୟଠାରେ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧର କର୍ମକର୍ତ୍ତା, ସମାଜସେବୀ, ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀଙ୍କ ତରଫରୁ ଗୁଞ୍ଜରଣ ରଥକୁ ସ୍ୱାଗତ କରାଯାଇଥିଲା । ଏହାପରେ ଖୁଣ୍ଟିଗୋରାରୁ ବାହାରି ଆମ୍ବଗାଁ, ଘଣ୍ଟାପଡା, ନାରାୟଣପ୍ରସାଦ ପଞ୍ଚାୟତରେ ପହଞ୍ଚିଥିଲା । ଏହି ଅବସରରେ ନାରାୟଣପ୍ରସାଦ ପଞ୍ଚାୟତ ପଣ୍ଡରାପିଟା ଗ୍ରାମରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡିଶା ଶ୍ରମଜୀବୀ ମଞ୍ଚ ମଣ୍ଡଳ ଅଧିକାରୀ ମାନସ ସୌରଭ ବେହେରା ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଜିଲ୍ଲା ଟିମ ଲିଡର ଦ୍ୱାଦଶ କୁମାର ଜାନୀ ଏବଂ ମୀନକେତନ ମେହେର, ନିରଞ୍ଜନ ବିଶି, ସମ୍ପତି ବାଘ, ବଳରାମ ବାଘ, କୁଶ ମହକୁଡ଼ ପ୍ରମୁଖ କର୍ମକର୍ତ୍ତା, ଶିକ୍ଷକ ପ୍ରମୋଦ କୁମାର ସାହୁ, ରଞ୍ଜନ ଭୋଇ, ସମାଜସେବୀ ସୁଶାନ୍ତ ବାରିକ, ଭକ୍ତ ସାହୁ, ବଂଶୀଧର ମାଝୀ, ଭୀମସେନ ବିଶ୍ୱାଳ, ଇନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାରେ ପ୍ରାୟ ତିନିଦିନ ଧରି ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ ଗ୍ରାମ ଗୁଡିକ ପରିଭ୍ରମଣ କରିବ ଏବଂ କୋଭିଡ ପରବର୍ତ୍ତୀ ସମୟରେ ଦେଖା ଦେଇଥିବା ଶିକ୍ଷା ସମସ୍ୟା ଓ ବିଦ୍ୟାଳୟର ଦୁରାବସ୍ଥା ଉପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ଶେଷରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.