ରାଉରକେଲା, (ସସ୍ମିତା ପ୍ରଦାନ) : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଘଟଣ । ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ନଦୀରେ ଭସେଇ ଦେଇଛନ୍ତି । ମୃତ ମହିଳା ଜଣକ ହେଲେ ମୁନି ଓରାମ୍ । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିବା ସହ ବ୍ରାହ୍ମଣୀ ନଦୀରୁ ଓଡ୍ରାଫ ସହାୟତାରେ ମୃତଦେହ ଖୋଜୁଛି । ପଙ୍କଡ଼ିହି ନିକଟ ଜଡ଼ାଗାଁର ମୁନି ଓରାମ ଗତ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସନ୍ଦେହରେ ସେହି ଅଂଚଳର ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସୁରାକ ମିଳିଥିଲା । ଗୁଣି ଗାରେଡିକୁ ନେଇ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ବ୍ରାହ୍ମଣୀ ନଦୀରେ ଭସେଇ ଦେଇଥିବା ସେମାନେ କହିଥିଲେ । ଓଡ୍ରାଫ୍ଟ ଟିମ୍ ସହ ପୋଲିସ ବ୍ରାହ୍ମଣୀରେ ମୃତଦେହ ଖୋଜୁଛି ।
Prev Post