ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ନୀଳଗିରି : ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଅଧୀନ ଦ୍ୱାରିକା ଅଞ୍ଚଳରେ ହୋଇଛି ଏହି ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିବା ସହିତ ଫଲ୍ସ ଫାଇରିଂ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣକ ସେହି ଅଞ୍ଚଳର ତାପସ ବାରିକ୍ ବୋଲି ସୂଚନା ମିଳିଛି । ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ ନେଇ ତାପସ ବାରିକ୍ ମିଲନ ବାରିକକୁ ମାଡ଼ ମାରିବା ସହିତ ବନ୍ଧୁକ ବାହାର କରି ଫଲ୍ସ ଫାଇରିଂ କରିଥିଲା । ଖବରପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସାଧା ପୋଷାକଧାରୀ ପୁଲିସ ଟିମ୍ ଗଠନ କରି ତାପସ ବାରିକକୁ କାବୁ କରିଥିଲେ । ତାପସ ପାଖରୁ ଗୋଟିଏ ବନ୍ଧୁକ ଏକ କଟୁରୀକୁ ମଧ୍ୟ ପୁଲିସ ଜବତ କରିଛି ।

Leave A Reply

Your email address will not be published.