
ସମ୍ୱଲପୁର : ସମ୍ବଲପୁରର ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ସମ୍ବଲପୁର ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ଫଳରେ ଦୋକାନ ମାଲିକ ଆହତ ହୋଇଛନ୍ତି । ଆହତ ଜଣକ ସୁଜିତ ସ୍ୱର୍ଣ୍ଣକାର ବୋଲି ଜଣାପଡିଛି । ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।