ଏସଓଜି ଯବାନ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ସୂଚନା ଯେ, ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏସ୍‌ଓଜି ଯବାନମାନେ କୁମ୍ବିଂ ଅପରେନସନ କରୁଥିଲେ । ତେବେ ହଠାତ୍‌ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଗୁଳିମାଡ଼ ଦୃଢ ଜବାବ ଦେଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମମୟ ଜାରି ରହିଥିଲା । ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେପଟେ ଜଙ୍ଗଲରେ ଏବେ ବି ଗୁଳି ବିନିମୟ ଜାରି ରହିଥିବାର ସୂଚନା ମିଳିଛି । ଯବାନମାନେ ଜଙ୍ଗଲରେ କୁମ୍ବିଂ ଅପରସେନକୁ ଜୋରଦାର କରାଯାଇଛି । ତେବେ କେତେ ପରିମାଣର ମାଓବାଦୀମାନେ ଥିଲେ , ତାହା ବର୍ତ୍ତମାନ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.