ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତାଙ୍କ ସଂଯୋଜନାରେ ରାଜ୍ୟ ବିଜେପିର ଗୁଜୁରାଟ ଗସ୍ତ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ସଂଯୋଜନାରେ ରାଜ୍ୟ ବିଜେପି ସଂଗଠନର ଏକ ବିଶେଷ ଦଳ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ଅବସରରେ ଗୁଜୁରାଟରେ ଆଗାମୀ ୩ ଦିନ ଧରି ସଂଗଠନ ମଡେଲ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଟିମ୍‌ରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ, ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସାଧାରଣ ସମ୍ପାଦକ (ସଂଗଠନ ) ଶାରଦା ଶତପଥୀ, ପୂର୍ବତନ ସମ୍ପାଦକ ଅଶୋକ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.