ଲୋୟର ସୁକତେଲ ପ୍ରକଳ୍ପରେ କୁମ୍ଭୀର ଗୁଜବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସୋସିଆଲ ମିଡିଆରେ ଲୋୟର ସୁକତେଲ ଜଳ ପ୍ରକଳ୍ପରେ କୁମ୍ଭୀର ବୁଲୁଥିବା ଫଟୋ ଭାଇରାଲ ହେଉଛି । ତେଣୁ ଲୋକେ ଭୟଭୀତ ହେଉଛନ୍ତି । କିନ୍ତୁ ତାହା ଗୁଜବ ଓ ଏଆଇ କ୍ୟାମେରାରେ ପ୍ରସ୍ତୁତ ଫଟୋ ବୋଲି ସୂଚନା ମିଳିଛି । ଏଣୁ ଭୟଭୀତ ହେବାର କୌଣସି ପ୍ରସଙ୍ଗ ନୁହେଁ । ପ୍ରକାଶ ଯୋଗ୍ୟ ଯେ, ଏହା ପୂର୍ବରୁ ଉନ୍ଦେର ନଦୀ ଏବଂ ଅଂଗ ନଦୀରେ ମଧ୍ୟ ଏଭଳି କୁମ୍ଭୀର ବୁଲୁଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା ।

Leave A Reply

Your email address will not be published.