jayashree

ଜିଏସଟି ଠକେଇ ଅଭିଯୋଗରେ ଚାର୍ଟାର୍ଡ ଆକାଉଟାଣ୍ଟ ସହ ଅନ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ସଚିନ୍ଦ୍ର କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଶ୍ରୀ ଯାଦବଙ୍କୁ ଝାରସୁଗୁଡା ଏସଡିଜେଏମଙ୍କ କୋର୍ଟରେ ହାଜର କାରାଯିବା ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଗିରଫ୍‌ ହୋଇଥିବା ଦୁହେଁ ମିଶି ମିଛ କାଗଜ ପତ୍ର ଦେଖାଇ ପ୍ରାୟ ୩୧୯ କୋଟି ଟଙ୍କା ଠକିଥିବା ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.