ନବ ନିଯୁକ୍ତ ଜିଆର୍‌ଏସ୍‌ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ନବ ନିଯୁକ୍ତ ଜିଆରଏସମାନଙ୍କୁ ଗରିବଙ୍କ ଏବଂ ଖଟିଖିଆଙ୍କ ପାଇଁ ପଞ୍ଚାୟତ ସ୍ତରରେ ଲାଗୁ ହୋଇଥିବା ଯୋଜନାଗୁଡ଼ିକର ଠିକ୍ ତଦାରଖ କରି ସମାଜର ଉନ୍ନତି କରିବାକୁ ଆହ୍ବାନ ଦେଇଥିଲେ । ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଠିକ୍ ଭାବରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.