oom

ପୁରେନା ସ୍କୁଲରେ ତାଲା ଦେଲେ ଗ୍ରାମବାସୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜି ଗ୍ରାମବାସୀ ତାଲାବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ହେଁ ଶିକ୍ଷକ ନ ଥିବାରୁ ପାଠପଢା ପ୍ରତି ବ୍ୟାପକ ଭାବରେ ଅବ୍ୟବସ୍ଥା ଲାଗି ରହିଥିବାରୁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ଗୁରୁତ୍ଵ ପ୍ରଦାନ କରି ନାହାନ୍ତି । ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ ଜିଲ୍ଲାପାଳ ମଧ୍ୟ ଗୁରୁତ୍ଵ ଦେଉ ନଥିବା ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କୁ ଡେପୁଟେସନ ଅନ୍ୟ ସ୍କୁଲକୁ ନେଇଯାଇ ଥିବା ବେଳେ ତାଙ୍କ ବଦଳରେ ଆଉ ଶିକ୍ଷକ ଦେଉ ନାହାନ୍ତି । ବିଦ୍ୟାଳୟରେ ଦୀର୍ଘ ୧୫ରୁ ୨୦ ବର୍ଷ ହେବ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏପାଖେ ବିଦ୍ୟାଳୟର ବିଭିନ୍ନ ପ୍ରକାର ଅସୁବିଧା ଲାଗି ରହିଛି । ବିଦ୍ୟାଳୟ କଠୋରି ଠାରୁ ଆରମ୍ଭ କରି ଅନେକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଠାରେ ଜଣାଇ ମଧ୍ୟ ସଫଳତା ପାଇପାରିନାହିଁ । ଏଭଳି ପରିସ୍ଥିତିରେ ଗ୍ରାମବାସୀ ବାଧ୍ୟ ହୋଇ ଆଜି ତାଲାବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି, ସଚେତନ ନାଗରିକ ତଥା ଗ୍ରାମବାସୀ ସମସ୍ତେ ମିଶି ଗେଟରେ ତାଲାମାରି ସ୍କୁଲ ବନ୍ଦ କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେବ ସେତେଦିନ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରିଖିବାକୁ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି । ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓମ୍ ପ୍ରକାଶ ସୁନାନିି(ଗୁଡୁ), ଯଶଦେବ ସିଂ, ନୃସିଂହ ରାଉତରାୟ, ତେଜରାମ୍ ଡନସନା, ବଳଦେବ କରେଇ, ଦୁର୍ଯ୍ୟୋଧନ ପୁଟା, ମୀନକେତନ ମରେଇ, ଡୋଲାମଣି ନିଆରୀ, ବିରିଜ୍ ଧରୁଆ, ପର୍ଶୁ ଧରୁଆ, ୱାର୍ଡ ମେମ୍ବର କୌଶଲ୍ୟା ଧରୁଆ, ଶିବନନ୍ଦନ କେଉଟ ପ୍ରମୁଖ ନେତୃତ୍ୱ ନେଇଥିଲେ । ସିଆରସିସି ଅଶୋକ ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡ଼ିଓ ଦେବାଶିଷ ସିହ୍ନା ପହଞ୍ଚି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ଜଣାପଡିଛି ।

jittmm
Leave A Reply

Your email address will not be published.