ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ପ୍ରଥମ ଥର ପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ତୃପ୍ତିମୟୀ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କରି ଯୋଗଦାନରେ ଶେରଗଡ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି ଓ ଶେରଗଡ ମିଡିଆ ପ୍ରତିନିଧି କର୍ମକର୍ତ୍ତା ଓ ସମାଜସେବୀ, ଓକିଲମାନେ ବିଡିଓ ଜେନାଙ୍କୁ ସାକ୍ଷାତକରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶେରଗଡ ମିଡିଆ ହାଉସର ଉପଦେଷ୍ଟା ଡ଼ାକ୍ତର ହୃଷୀକେଶ ମହାନ୍ତି, କଳିଙ୍ଗ ଫୋକୋସର ବ୍ୟୁରୋ ଡିପ୍ ରଜତ ପଟ୍ଟନାୟକ ବିଡିଓ ଶ୍ରୀମତୀ ଜେନାଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଅଞ୍ଚଳବାସୀ କହିଛନ୍ତି, ଯେ’ ପ୍ରଥମ ଥର ପାଇଁ ଜଣେ ମହିଳା ବିଡିଓ ଆମ ଅଞ୍ଚଳକୁ ଆସିଛନ୍ତି । ଏଣିକି ସବୁ ପଞ୍ଚାୟତରେ ପଞ୍ଚାୟତ ଅଫିସରମାନେ ମହିଳାଙ୍କୁ ଗୁରୁତ୍ୱ ଦେବେ ବୋଲି ଆଶା ରଖିଥିବା ଆଲୋଚନା ହେଉଛି ।