ପାଇକମାଲ ଲୟନ୍ସ କ୍ଲବର ଶପଥ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଲବ ନୃସିଂହନାଥର ନୂତନ ଭାବରେ ମନୋନୀତ କମିଟିର ଶପଥ ଗ୍ରହଣୟ ସମାରୋହ ସ୍ଥାନୀୟ ଦାଦିଜୀ ହୋଟେଲ ଠାରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଶ୍ୟାମଲାଲ ପ୍ରଧାନ ସଂଯୋଜନା କରିଥିବା ବେଳେ ନନ୍ଦଲାଲ ନାୟକ ବିବରଣୀ ପଠନ କରିଥିଲେ । ସୁନ୍ଦରମଣି ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଚରନ ଜିତ କୌର ହୋରା ଯୋଗଦାନ କରି ନବ ନିଯୁକ୍ତ ସଭାପତି ଡା. ଲମ୍ବୋଦର ପଣ୍ଡା,ସଂପାଦକ କିଶୋର ବାରିକ, କୋଷାଧ୍ୟକ୍ଷ ଅଶୋକ ତାୟଲଙ୍କୁ ଶପଥ ପାଠ କରାଇଥିଲେ । ମେଜର ଚିତ୍ତରଞ୍ଜନ ଦାସ,ସନ୍ତୋଷିନୀ ରଥ, ବିନୋଦ ବିହାରୀ ମିଶ୍ର, ବୀରେନ୍ଦ୍ର ପାତ୍ର, ଜନାର୍ଦ୍ଧନ ପଣ୍ଡା, ଆନନ୍ଦ ଅଗ୍ରୱାଲ ପ୍ରମୁଖ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଚରନଜିତଙ୍କ ଦ୍ୱାରା ଏକ ସିଲେଇ ତାଳିମ କେନ୍ଦ୍ର ଉଦଘାଟନ କରାଯାଇଥିଲା । ଶେଷରେ ମୀନକେତନ ବେହେରା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.