om academy

ଗୌରୀଙ୍କ ଆଗମନ ସହ ଆରମ୍ଭ ହେଲା ହରଗୌରୀ ଯାତ୍ରା

jsm

ସୋନପୁର, (କେପିଏନ୍‌ଏସ୍‌) : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରାତିରେ ସୁବଣ୍ଣମେରୁଙ୍କ ନିଜସ୍ୱ ଜମିରୁ ଉତ୍ପନ୍ନ ଧାନଗଛକୁ ଚନ୍ଦନ ଧୂପ ଓ ନୌବେଦ୍ୟ ସହ ଗୌରୀଙ୍କ ରୂପେ ଆବାହନ କରି ଢେରାପଡ଼ାସ୍ଥିତ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ସୂଚନା ମିଳିଛି । ସନ୍ଧ୍ୟା ପ୍ରଥମେ ମା’ ବୁଢୀମାଙ୍କ ପୂଜାର୍ଚ୍ଚନା ପରେ ସେଠାରେ କାଠି ପକା ଯାଇଥିଲା ଓ ସାହିର ସମସ୍ତ ସଂକୀର୍ତ୍ତନମଣ୍ଡଳୀ ସହ ଏକ ପଟୁଆରରେ ଗୌରୀଙ୍କୁ ଆବାହନ ପାଇଁ ବାହାରିଥିଲେ । ସେଠାରେ ଧାନଗଛକୁ ପୂଜାର୍ଚ୍ଚନା ପରେ ଏକ ପିତ୍ତଳ ଥାଳରେ ରଖି ଏକ ଅବିବାହିତ ଯୁବକ ରାମେଶୁ ରାଓ ତାଙ୍କ ମୁଣ୍ଡରେ ଧାରଣ କରି ଆଣିଥିଲେ । ରାସ୍ତାର ଉଭୟ ପାଶ୍ୱରେ ଲୋକମାନେ ରହି ଗୌରୀଙ୍କୁ ଦର୍ଶନ କରିବା ସହ ବିଭିନ୍ନ ପରିବାର ପକ୍ଷରୁ ତାଙ୍କ ଘର ସାନ୍ନାରେ ଜଳପୂନ୍ନ କଲସି ରଖି ପୂଜା କରିଥିଲେ । ଏହି ଯାତ୍ରା ୪ ନଭେମ୍ବର ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦୀର୍ଘ ୯ ଦିନ ହେବାକୁ ଥିବା ଏହି ଯାତ୍ରାରେ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.