ଯଶୋବନ୍ତ ରଣା ପାଇଲେ ତିଲଜୋଡି ‘ଗୌରବ ସମ୍ମାନ-୨୦୨୧’

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ତିଲଜୋଡି ଗାଁରେ ପ୍ରତି ବର୍ଷ ଅନୁଷ୍ଠିତ ହୁଏ ‘ଆମର ତିଲଜୋଡି ବାର୍ଷିକ ଉତ୍ସବ’ । ଏହି ବର୍ଷ ୩ୟ ବାର୍ଷିକ ଉତ୍ସବ ପାଳନ କଲେ ତିଲଜୋଡିବାସୀ । ଏହି ବାର୍ଷିକ ଉତ୍ସବରେ ତିଲଜୋଡି ଗାଁର ୧୦ଜଣ ପ୍ରତିଭାଙ୍କୁ ‘ଗାଁ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବା ସହ ତିଲଜୋଡି ଗାଁର ଯଶୋବନ୍ତ ରଣାଙ୍କୁ ‘ତିଲଜୋଡି ଗୌରବ ସମ୍ମାନ-୨୦୨୧’ରେ ସମ୍ମାନିତ କରାଗଲା । ଶ୍ରୀ ରଣାଙ୍କୁ ଏକ ମାନପତ୍ର, ଉପଢୌକନ, ୧୫୦୦୦ ହଜାର ଟଙ୍କାର ଡେମୋ ଚେକ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅଧିକାରୀ ପ୍ରସନ୍ନ ମେହେର, ଗଙ୍ଗାଧର ଯୁବକ ସଙ୍ଘର ପ୍ରତିଷ୍ଠାତ୍ରୀ ଜୟଶ୍ରୀ ଦାସ, ଗ୍ରାମ ସେବକ ସୂର୍ଯ୍ୟ ନାରାୟଣ ବାଗ ପ୍ରମୁଖ ଉପସ୍ଥିତ ରହି ସମ୍ମାନିତ କଲେ । ଏହି ସମ୍ମାନ ପାଇବା ପରେ ଅଞ୍ଚଳର ଯୁବକମାନେ ଯଶୋବନ୍ତ ରଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହିପରି ସମାଜସେବା ଜାରି ରଖିବାକୁ ଜଣାଇଛନ୍ତି । ଶ୍ରୀ ରଣା ସମସ୍ତ ଅର୍ଥକୁ କଳାହାଣ୍ଡିର ଅନାଥ, ଦିବ୍ୟାଙ୍ଗମାନଙ୍କ ସହଯୋଗରେ ବିନିଯୋଗ କରିବାକୁ ମଞ୍ଚରେ କହିଛନ୍ତି ।

jittmm
Leave A Reply

Your email address will not be published.