ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଗର୍ବ ଓ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଅନୁଷ୍ଠିତ ହୋଇଥିବା ସପ୍ତମ ଶ୍ରେଣୀର ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଆମ ପଦ୍ମପୁର ଶିଶୁ ବିଦ୍ୟାମନ୍ଦିର ଭଉଣୀ ପ୍ରଜ୍ଞାଶ୍ରୀ ପ୍ରଧାନ (୬ଷ୍ଠ ସ୍ଥାନ) ଓ ଭାଇ ଶୋଭିତ ସାହୁ (୮ମସ୍ଥାନ) ଅଧିକାର କରିଛନ୍ତି । ଠିକ୍ ସେହିଭଳି ପଞ୍ଚମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ଭାଇ ସ୍ୱାଗତ ସାହୁ (୮ମ ସ୍ଥାନ) ଓ ଭଉଣୀ ଶ୍ରଦ୍ଧାମୟୀ ସାହୁ (୮ମ ସ୍ଥାନ) ଅଧିକାର କରି ଆମ ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ, ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀଗୁରୁମା, ପରିଚାଳନା ସମିତି ତଥା ସମସ୍ତ ଅଭିଭାବକ ଓ ଅଭିଭାବିକାଙ୍କ ତରଫରୁ କୃତି ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହେଉ ।

Leave A Reply

Your email address will not be published.