ଗଞ୍ଜାମର ଗୌରବ ସୁଦୀକ୍ଷା ଦାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଫେବୃଆରୀ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେଇଯାଇଛି । ଗଞ୍ଜାମ ସହର ଅନ୍ତର୍ଗତ ଜୟଶ୍ରୀ କେମିକାଲସ୍ ବିଦ୍ୟାଳୟର ଛାତ୍ରୀ ସୁଦୀକ୍ଷା ଦାସ ୧୪ ବର୍ଷରୁ କମ୍ ୮୦ ମିଟର ବାଧାଦୌଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲା ଓ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜୟଲକ୍ଷ୍ମୀ ମହାନ୍ତିଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଖେଳ ଶିକ୍ଷକ ସୁନୀଲ କୁମାର ଦାସଙ୍କ ତତ୍ୱାବଧାନରେ ପାରାଦ୍ୱୀପ ଗସ୍ତ କରି ସଫଳତାର ସହ ଫେରିଛନ୍ତି ।

Leave A Reply

Your email address will not be published.