ଡଃ. ଶିବନାରାୟଣ ପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଲ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ପିତା ସ୍ୱର୍ଗତ ରାଧାଶ୍ୟାମ ପାତ୍ର ମାତା ସୁବାସିନୀ ପାତ୍ରଙ୍କ ସାନପୁଅ ଡଃ. ଶିବନାରାୟଣ ପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ ମିଳିଛି । ଉକ୍ତ ଆୱାର୍ଡ ଭୁବନେଶ୍ୱର ସ୍ଥିତ ଆର୍‌ସିଏମ୍‌ କଲେଜ ପରିସରରେ ପ୍ରଦାନ କରାଯାଇଛି । ଡଃ. ପାତ୍ର ରିପୋର୍ଟର ଭାବେ କାର୍ଯ୍ୟକରିବା ସହିତ ଭୋଗରାଇ ରୋଟାରୀ କ୍ଲବର ରୋଟାରିଆନ ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହିତ ଡଃ. ପାତ୍ର ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପରିଷଦର ସଂପାଦକ ଦାୟିତ୍ୱ ତୁଳାଇବା ସହିତ ଦୀର୍ଘ ପନ୍ଦର ବର୍ଷ ଧରି ନିଜ ଅଞ୍ଚଳରେ ବାଳିକା ଶିକ୍ଷାର ପ୍ରସାର ପାଇଁ ଗଢ଼ିଛନ୍ତି ଘରୋଇ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ର । ତାଙ୍କର ଏହି ସଫଳତା ପାଇଁ ଭୋଗରାଇ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶତିଶ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, ବିଶିଷ୍ଟ ପରିବେଶ ବୈଜ୍ଞାନିକ ପ୍ରଫେସର ଡଃ. ଅଜୟ କୁମାର ପାତ୍ର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ, ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଉପମହାପ୍ରବଦ୍ଧକ ନିତ୍ୟଗୋପଳ ପାତ୍ର, ଅବସରପ୍ରାପ୍ତ ସ୍ଥଳସେନା ଅଧିକାରୀ ସତ୍ୟବାଦୀ ପାତ୍ର, ନୟାପାଲି ଗ୍ରାମସଭାପତି ତରୁଣକାନ୍ତି ପାତ୍ର, ସରପଞ୍ଚ ମଞ୍ଜୁରାଣୀ ବେହେରା, ସଦସ୍ୟା ବିନତୀ ସାହୁ, ପାଉଁଶକୁଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବପ୍ରସାଦ ଜେନା, ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରାଜେଶ ଦାସ ପ୍ରମୁଖ ଡଃ. ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.