lika

ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲାଠୋର ଗ୍ରାମପଞ୍ଚାୟତ ତରଫରୁ ବିଦାୟ ସମ୍ବର୍ଦ୍ଧନା

gbag

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ସଭାଗୃହରେ ବିଡ଼ିଓ ତରଣୀ ସୁନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ଗ୍ରାମପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ହୋଇ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ବରିଷ୍ଠ ଶିକ୍ଷକ ସଦାନନ୍ଦ ବେହେରା, ସାମ୍ବାଦିକ ଭୁବନେଶ୍ୱର ବାରିକ, ପ୍ରକାଶ ମେହେର, କ୍ରିଷ୍ଣା ସେଠୀ, କପିଳ ସୁନା, ଶିକ୍ଷକ କୁଞ୍ଜବିହାରୀ ସରାପ, କାଶିନାଥ ମେହେର, ଆଶାକର୍ମୀ ତଥା ଅଙ୍ଗନୱାଡ଼ି କର୍ମୀ ନିଜ ନିଜ ବକ୍ତବ୍ୟରେ ବିଡ଼ିଓ ସୁନାଙ୍କ ବହୁମୁଖି ପ୍ରତିଭା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେବା ମନୋବୃତ୍ତିରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ୟ୍ୟକଲେ କୌଣସି ବାଧାବିଘ୍ନ ଅଟକାଇ ପାରେ ନାହିଁ ବୋଲି ବିଡ଼ିଓ ତରଣୀ ସୁନା ନିଜ ବକ୍ତବ୍ୟରେ କହିଥିଲେ । ଖପ୍ରାଖୋଲ ମାଟି ତାଙ୍କୁ ପରିଚୟ ଦେଇଛି ଏବଂ ଏଠାରୁ ବିଦାୟ ନେଇ ଚାଲିଗଲେ ମଧ୍ୟ ସେ ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରତିଶୃତି ଦେଇଛନ୍ତି ବିଡ଼ିଓ ତରଣୀ ସୁନା । ଶିକ୍ଷକ କୁଞ୍ଜବିହାରୀ ସରାପ ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ୍ ଦେଇଥିଲେ ସାମ୍ବାଦିକ କ୍ରିଷ୍ଣା ସେଠୀ ।

babaa
Leave A Reply

Your email address will not be published.