oum

ଅଭାବନୀୟ ଘଟଣା : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କୁମ୍ଭାରୀ ଗ୍ରାମରେ ଗ୍ରାମର ବିଜୟ ରଣା ଓ ଡ଼ିଙ୍ଗର ରଣାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତି ୯.୩୦ରୁ ୧୦ ଟା ସମୟରେ ଭିତରେ ଗଣ୍ଡଗୋଲ ସୃଷ୍ଟି ହୋଇଥିଲା । ଗଣ୍ଡଗୋଳ ଭିତରେ ଡ଼ିଙ୍ଗର ରଣାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବିଜୟ ରଣାଙ୍କ ପରିବାରର ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଦୀର୍ଘ ଦିନ ହେଲା ଦୁଇ ପରିବାରଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରେ ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ ଏବଂ ଥାନାର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.