ହରଭଙ୍ଗା, (କେପିଏନ୍ଏସ୍) : ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ନେଇ ବୌଦ୍ଧ ଜିଲ୍ଲାରେ ଏକମାତ୍ର ଗୋଶାଳା ରହିଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ରହିଛି ଏହି ମାହେଶ୍ୱରୀ ଗୋଶାଳା । ସରକାରଙ୍କ ପକ୍ଷରୁ ଉକ୍ତ ଗୋଶାଳାକୁ ଗୋରୁଗାଈଙ୍କ ଥଇଥାନ ପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ସରକାର ୫୨ଲକ୍ଷ ଟଙ୍କା ମଂଜୁର କରିଥିଲେ ଓ ୫ଟି କିସ୍ତିରେ ଏହି ଟଙ୍କା ଦେବାପାଇଁ ଚୁକ୍ତି ହୋଇଥିଲା । ୩ଟି କିସ୍ତି ଟଙ୍କା ଗୋଶାଳାକୁ ମିଳିଥିବା ବେଳେ ଚତୁର୍ଥ କିସ୍ତି ଟଙ୍କା ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ଭୁଆଁ ବୁଲାଉଥିବା ନେଇ ମାହେଶ୍ୱରୀ ଗୋଶାଳାର ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମେଳାରେ ସମସ୍ତ ଗାଈଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ସମସ୍ତ ଗାଈଙ୍କୁ ନେଉଥିବା ବେଳେ ବାଟରେ ଅଟକାଇଛି ପୋଲିସ ପ୍ରଶାସନ । ଯଦି ଜିଲ୍ଲା ପ୍ରଶାସନ ଲିଖିତ ଭାବେ କେବେ ଟଙ୍କା ମଂଜୁର କରିବେ ପ୍ରତିଶ୍ର୍ରୁତି ନ ଦେଲେ ଏଣିକି ଗୋଶାଳା ଓ ଗୋରୁଗାଈଙ୍କ ଯତ୍ନ ନେବନି ବୋଲି କହିବା ସହ ଜିଲ୍ଲା ପ୍ରଶାସନ ଗୋରୁଗାଈମାନଙ୍କର ଯତ୍ନ ନେବ ବୋଲି କହିଥିଲେ ।
Prev Post